ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍‌‌ଭାନ୍ସଡ ଫଳ ପ୍ରକାଶ ପାଇଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି।

 

ବେଦ ଲାହୋଟି ଆଇଆଇଟି ଦିଲ୍ଲୀ ଜୋନ୍‌‌ର ଛାତ୍ର। ୨ୟ ସ୍ଥାନରେ ରହିଛନ୍ତି ଆଦିତ୍ୟ। ସେ ୩୪୬ ନମ୍ବର ରଖିଛନ୍ତି। ସେହିପରି ୩ୟ ସ୍ଥାନରେ ଭୋଗଲାପାଲ୍ଲୀ ସନ୍ଦେଶ(୩୩୮) ରହିଛନ୍ତି। ଛାତ୍ରୀମାନଙ୍କ ମଧ୍ୟରେ ଦ୍ୱିଜା ଧର୍ମେଶକୁମାର ପଟେଲ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେ ୩୩୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭ମ ର‍୍ୟାଙ୍କ ହାସଲ କରିଛନ୍ତି। ଚଳିତବର୍ଷ ମୋଟ ୪୮ ହଜାର ୨୪୮ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ୨୮୪ ଜଣ ଛାତ୍ର ଥିବାବେଳେ ୭୯୬୪ ଜଣ ଛାତ୍ରୀ ରହିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *