ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି ସୂଚନା ମିଳିଛି। ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚାରିଆଡ଼େ ସସପେନ୍ସ ଲାଗିରହିଥିବା ବେଳେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ଭାଜପା ସଂସଦୀୟ ବୋର୍ଡ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାଜପା ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ ଏବଂ କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ତର୍ଜମା କରିବେ।

ଆସନ୍ତାକାଲି ଦୁହେଁ ଭୁବନେଶ୍ବର ଆସିବା ପରେ ବିଧାୟକ ଦଳର ବୈଠକରେ ଯୋଗ ଦେବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ତେବେ ୧୨ ତାରିଖରେ ଏହା ସ୍ପଷ୍ଟ ହୋଇଯିବ।

Leave a Reply

Your email address will not be published. Required fields are marked *