ଚଳିତ ବର୍ଷର ଶେଷ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାର ଜମ୍ବୁ ବଜାର ପଡ଼ିଆରେ ବିଜେପିର ବିଶାଳ ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ସିଏଏ ଆଇନ୍‌ ଲାଗୁ କରିବା ସହ ପଟ୍ଟା ବଣ୍ଟନ କରାଯିବ ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ଗ୍ୟାରେଣ୍ଟି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ମୁଁ ସାଂସଦ ଥିବା ବେଳେ କେନ୍ଦ୍ରାପଡାକୁ ରେଳଲାଇନ୍ ଆସିଛି। ଏଠାରେ ଶିଳ୍ପ ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲି। ଏଥର ବିଜେପି ସରକାର ଆସିଲେ ଶିଳ୍ପାନୁଷ୍ଠାନ ଗଠନ ହେବ। ଏଠାରେ ନିଯୁକ୍ତି ମିଳିବ।

ପାରାଦୀପ-ଧାମରା ଇଣ୍ଡଷ୍ଟ୍ରିଲଆଲ୍‌ କରିଡର କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଗ୍ୟାରେଣ୍ଟି ଦେଇଛି ବିଜେପି। ଏହା ନିଶ୍ଚୟ ପୂରଣ ହେବ। ଜଣେ ତାମିଲବାବୁ ନବୀନ ବାବୁଙ୍କୁ କବଜା କରିଛନ୍ତି। ସେ ଗତକାଲି ମୋ ବିଷୟରେ ଅନେକ ମିଛ କଥା କହିବା ସହ ଅପପ୍ରଚାର କରିଛନ୍ତି। ହେଲେ ସେ ମନେ ରଖିବା ଉଚିତ୍‌ ଯେ, ମୁଁ ରାଜନୀତିକୁ ସଂପତ୍ତି ଅର୍ଜନ କରିବାକୁ ଆସିନି। କାମ କରିବାକୁ ଆସିଛି।ମୁଁ ସାଂସଦ ଥିବା ସମୟରେ ୫୪ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ଏଥିରେ ଏବେ ରଂଗ ଲଗାଇ ନିଜ ନାଁରେ କରିବାକୁ ବସିଛନ୍ତି। ହେଲେ ମୋଦିଙ୍କ ଜଳ ଜୀବନ ମିଶନ ଓଡ଼ିଶାରେ ପଛରେ ପଡି ରହିଛି। ବିଜେଡିର ଗୁଣ୍ଡାରାଜ ବନ୍ଦ କରିବାର ସମୟ ଆସିଛି।

ସେ ଆହୁରି କହିଛନ୍ତି ସେ କହିଛନ୍ତି, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ ହେବ। ଏଠାରେ ବହୁମତ ପାଇବା ପାଇଁ ମହାକାଳପଡାବାସୀଙ୍କ ଆଶୀର୍ବାଦ ଲୋଡା। ତ୍ରିପୁରାରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବ୍ୟକ୍ତିଙ୍କର କେହି ବିକଳ୍ପ ନଥିବା କୁହାଯାଉଥିଲା। ମାତ୍ର ସେଠାରେ ସରକାର ବଦଳିଲା। ସେଠାରେ ବିଜେପି ସରକାର ଗଠନ କଲା। ଏଠାରେ ମଧ୍ୟ ସେସବୁ ସମ୍ଭବ ହେବ।

ନିକଟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଜୁନ୍‌ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ। ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏଥିରେ ଶପଥ ଗ୍ରହଣ ସମାରୋହରେ ସମସ୍ତେ ନିଶ୍ଚୟ ଭାବରେ ଯୋଗଦେବେ। ଏଥିପାଇଁ ଅଗ୍ରୀମ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *