ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଏହି ସମ୍ମିଳନୀରେ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ସବୁବେଳେ ବିଜେଡି ବିଜେପି କୁ ସମର୍ଥନ କରିଛି’ । ବିଜେଡି ବିଜେ ଭିତରେ କିଛି ବି ଫରକ ନାହିଁ’ । ଏମାନେ ଖାଲି ଲୋକ ଦେଖାଣିଆ ନାଟକ କରୁଛନ୍ତି । ବିଜେଡି କୁ ଭୋଟ ଦେବା ବିଜେପି କୁ ଭୋଟ ଦେବା ସହ ସମାନ । ୪ଟି ପର୍ଯ୍ୟାୟ ମତଦାନ ପରେ ସବୁ ସ୍ପଷ୍ଟ ହୋଇଗଲାଣି । ଦକ୍ଷିଣ ଭାରତରେ ବିଜେପି ସଫା ହେଉଥିବା ଜଣାପଡ଼ୁଛି ସେଠାରେ ବିଜପିର ପ୍ରଭାବ କମିବାରେ ଲାଗିଲଲାଣି । ଦିଲ୍ଲୀରେ ବିଜେପିକୁ ଶହେ ପ୍ରତିଶତ ସମର୍ଥନ କରୁଛି ବିଜେଡି । ଚାଷୀ ବିରୋଧୀ ଆଇନକୁ ବିଜେଡି ବିରୋଧ କରି ନଥିଲା । ଆଦିବାସୀ ବିରୋଧୀ ଆଇନକୁ ବିଜେଡି ବିରୋଧ କରି ନଥିଲା କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଜୟରାମ । ଏହା ସହ ସେ ରାହୁଲଙ୍କ ଗ୍ରସ୍ତ ବିଷୟରେ ମଧ୍ୟ କହିଥିଲେ । ମେ ୧୫ ତାରିଖରେ ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ ସେ ରୋଡ଼ ସୋ କରିବେ ଓ ଜନସଭାରେ ସାଧାରଣ ଲୋକ ଓ କର୍ମୀଙ୍କୁ ସେ ଉଦବୋଧନ ଦେବେ ବୋଲି କହିଛି କଂଗ୍ରେସ । ଏହାପରେ ୧୬ ତାରିଖରେ ମଲ୍ଲିକା ଅର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମଲ୍ଲିକା ଅର୍ଜୁନ ଖଡ଼ଗେ କନ୍ଧମାଳ ଗସ୍ତ କରି ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ।

By SonaliP

Leave a Reply

Your email address will not be published. Required fields are marked *