ଭାରତ ନକ୍ସଲ ମୁକ୍ତ ବୋଲି ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ । ଏ ନେଇ ଛତିଶଗଡ଼ ବସ୍ତରରେ ପ୍ରେସମିଟ୍‌ କରି ଘୋଷଣା କଲେ ଶାହ । ମାଓବାଦ ବିରୁଦ୍ଧରେ ଦଶନ୍ଧି ଧରି ଚାଲିଥିବା ଲଢ଼େଇରେ ସୁରକ୍ଷା ବାହିନୀର ବଳିଦାନକୁ ପ୍ରଶଂସା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ଦେଶ ମାଓବାଦରୁ “ମୁକ୍ତ” ହୋଇଛି।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ସଫଳତା ମିଳିଛି । ନକ୍ସଲ ଲଢ଼େଇରେ ବଳୀଦାନ ଦେଇଥିବା ଯବାନଙ୍କୁ ଶ୍ରେୟ ଦେଉଛି । ଯେଉଁ ପରିବାର ଜ୍ଞାତି କୁଟୁମ୍ବଙ୍କୁ ହରାଇଛନ୍ତି ସମସ୍ତଙ୍କୁ ସମବେଦନା । ଆଗାମୀ ଦିନରେ ବସ୍ତର ବିକାଶ ରାସ୍ତାରେ ଆଗକୁ ବଢ଼ିବ ।

Leave a Reply

Your email address will not be published. Required fields are marked *