ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ଏକ ବିଶାଳ ‘ପରିବର୍ତ୍ତନ ରାଲି’ ଆୟୋଜିତ ହୋଇଯାଇଛି। କଂଗ୍ରେସ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ହଜାର ହଜାର କର୍ମୀ ଓ ନେତା ଏକାଠି ହୋଇ ସରକାରଙ୍କ ବିରୋଧରେ ଜୋରଦାର ନାରାବାଜୀ କରିଛନ୍ତି। ଏହି ଆନ୍ଦୋଳନରେ  ଦଳଗୁଡ଼ିକର ଶତାଧିକ ନେତା ଓ କର୍ମୀ ଏକାଠି ହୋଇ ତିନୋଟି ମୁଖ୍ୟ ଦାବି ଉପରେ ଜୋରଦାର ସ୍ୱର ଉତ୍ତୋଳନ କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା, ବିବାଦୀୟ MMDR ସଂଶୋଧନ ବିଲ୍‌ର ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁରୁତର ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରି ମେଣ୍ଟର ନେତାମାନେ ରାଜପଥରେ ଗର୍ଜନ କରିଛନ୍ତି।

ହାତରେ ବ୍ୟାନର ଓ ପତାକା ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ, ସାଧାରଣ ଲୋକଙ୍କ ସ୍ୱାର୍ଥ, ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ରାଜ୍ୟର ଖଣି ସମ୍ପଦର ସୁରକ୍ଷା ପାଇଁ ଏହି ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ ବୋଲି ମେଣ୍ଟର ନେତାମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *