କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ବଢିବାରେ ଲାଗିଛି। ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ ସ୍ଥିତି ଉପୁଜିଛି । ଅଧୀକ୍ଷଙ୍କ ହସ୍ତକ୍ଷେପ ପରେ ବି ତୁଟିନି ବିବାଦ । ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ବସିଛି ହାଉସ ସର୍ଜନ ସଂଘ । କେବଳ ଜରୁରୀକାଳୀନ ବିଭାଗକୁ ଛାଡ଼ି ଦେଲେ ଇନ୍ ଡୋର ଓ ଆଉଟଡୋର୍‌ ସବୁଠି ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ସୂଚନା ମୁତାବକ, ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ନସିଂ କର୍ମଚାରୀଙ୍କୁ ହାଉସ୍ ସର୍ଜନମାନେ ସଂଘବଦ୍ଧ ହୋଇ ଦୁବ୍ୟବହାର କରିଥିବା ନସିଂ ସଂଘ ଅଭିଯୋଗ କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟରେ ସମ୍ପୂକୁ ନସିଂ କର୍ମଚାରୀଙ୍କ ଅଭିଯୋଗକୁ ହାଉସ୍ ସର୍ଜନମାନେ ଅସ୍ବୀକାର କରିବା ସହିତ ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ହାଉସ୍ ସର୍ଜନ।

Leave a Reply

Your email address will not be published. Required fields are marked *