ରାଜ୍ୟରେ ନିର୍ବାଚନ ମାହୋଲ ଭିତରେ ଫ୍ଲାଇଂ ସ୍କ୍ବାଡର ଚେକିଂ ଜୋରଦାର ଚାଲିଛି। ତେବେ ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ପୁଳା ପୁଳା ଟଙ୍କା ଜବତ ହେଉଛି । ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ରଙ୍ଗାମାଟି ଛକରେ ଚକିଂ ବେଳେ ବୋଲେରୋ ଗାଡ଼ିରୁ ୨ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି। ତେବେ ଏହି ଘଟଣାରେ ଗାଡ଼ି ସହ ଜଣଙ୍କୁ ଜବତ କରିଛି ପୋଲିସ। ତେବେ ଅଟକ ରଜନୀକାନ୍ତ ମହାନ୍ତ ବିଜେଡି କର୍ମୀ ବୋଲି ସୂଚନା ମିଳିଛି। ଟଙ୍କା କୁଆଡେ ଯାଉଥିଲା କଣ ପାଇଁ ଯାଉଥିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *