ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ।  ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା।

୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ୱନ୍ଦିତା କରିଥିଲେ ୨୪୩ ପ୍ରାର୍ଥୀ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ରରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି । ଏହାପରେ ଇଭିଏମରେ ସିଲ୍‌ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ।

ବ୍ରହ୍ମପୁର ୬୩.୩୪%
କଳାହାଣ୍ଡି ୭୫.୭୧%
କୋରାପୁଟ ୭୬.୯୮%
ନବରଙ୍ଗପୁର ୮୦.୨୨%

By SonaliP

Leave a Reply

Your email address will not be published. Required fields are marked *