ଆଜି ଓଡିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି । ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି। ଏହା ନିଶ୍ଚିତ ରୂପେ ରାଜ୍ୟରେ ବିଜେପି ସପକ୍ଷରେ ପରିବର୍ତନର ଲହରକୁ ଦର୍ଶାଉଛି, ଯାହା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଯୋଡି ହୋଇ ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଶେଷ କରି ନିର୍ବାଚନ ସଂସ୍କାର ବିଜେପି ସର୍ବଦା ଦାବି କରେ। ଜାତୀୟ ନିର୍ବାଚନ କମିଶନ ଚଳିତ ସାଧାରଣ ନିର୍ବାଚନରେ ୱେବ୍ କାଷ୍ଟିଙ୍ଗ କରି ସିଧାସଳଖ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓଡ଼ିଶାରେ ପ୍ରଥମ ଘଟଣା । ଗୋପାଳପୁର, ଛତ୍ରପୁର, ଚିକିଟି, ନର୍ଲା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଯେଉଁ ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଜାତୀୟ ନିର୍ବାଚନ କମିଶନ ସସ୍‌ପେଣ୍ଡ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେଣୁ ନିର୍ବାଚନ ମହାପର୍ବରେ ବିଶୃଙ୍ଗଳା ନ କରିବାକୁ ବିଜେପି ପୂର୍ବତ୍ତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ଅନୁରୋଧ କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ନିର୍ବାଚନର ମହାପର୍ବରେ ନିରବତା ରଖିବା ଆମ ଦାୟିତ୍ୱ । ଜାତୀୟ ନିର୍ବାଚନ କମିଶନ ଯେଉଁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛନ୍ତି ସେଥିରେ ନିରପକ୍ଷତା ଅବଲମ୍ବନ କରିବା ଉଚିତ୍।

ଏହାସହ ସେ କହିଛନ୍ତି ଯେ, ନିଜସ୍ୱ ଲାଭ ପାଇଁ କିମ୍ବା ନିଜର ଅଧିକାରୀଙ୍କୁ ଖୁସି କରିବା ପାଇଁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କୌଣସି ଚାପର ବସବତି ନହୁଅନ୍ତୁ । ଆମେ ଜଣେ ଜଣେ ସାରଥୀ ସାଜି ଶୃଙ୍ଖଳାର ସହ ନିରପେକ୍ଷତା ଅବଲମ୍ବନ କରି ଗଣତନ୍ତ୍ରର ଏହି ମହାନପର୍ବରେ ନିଜକୁ ସାମିଲ କରିବା । ଭୋଟ ଗ୍ରହଣ ସମାପ୍ତ ପରେ ସେଭେଟିନ ସିଫର୍ମ, ଇଭିଏମ୍ ମେସିନ ତଥ୍ୟ ଯଥା କେତେ ଭୋଟ ହେଲା, କେତେ ବ୍ୟାଲେଟ ବଳିଲା, ତାହାର ଇଭିଏମ୍‌ର କଟ୍ରୋଲ ୟୁନିଟ୍‌, ସି ଓ ଭି ବାଲାଟ ୟୁନିଟ୍ , ନମ୍ବର ସମ୍ପୂର୍ଣ୍ଣ ଲେଖିବା ସହ ଏଜେଂଟର ଦସ୍ତଖତ ଲେଖିବାର ସି୍‌ଲ୍ ରାଜନୈତିକ ଏଜେଂଟ ମାନଙ୍କୁ ଯୋଗାଇ ଦେବା ପାଇଁ ବିଜେପି ଦାବି କରିଛନ୍ତି । ୧୭ସି ଫର୍ମ ଯେଉଁ ପ୍ରିଜାଇଡିଂ ଅଫିସର ନଦିଅନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *