କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରବାହ। ଆଜି ପାରଦ ୪୬ ଡିଗ୍ରୀ ଛୁଇଁଛି।ଟିଟିଲାଗଡ଼ରେ ଆଜିର ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସାଢ଼େ ୨ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ,ହୀରାକୁଦ ୪୪.୮, ରାଉରକେଲା ୪୩.୬, କେନ୍ଦୁଝର ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଭୁବନେଶ୍ୱର ତାପମତ୍ରା ୩୯.୮, ଆଦ୍ରତା ୬୦ ପ୍ରତିଶତ ରହିଥିଲା। ତେବେ ସେହିପରି ରାଜଧାନୀ ଦିଲ୍ଲୀର ତାତି ଆଜି ରେକର୍ଡ ଭାଙ୍ଗିଛି। ଦିଲ୍ଳୀର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ତାପମାତ୍ରା ଦିଲ୍ଲୀର ସର୍ବକାଳୀନ ରେକର୍ଡ ବୋଲି ଜଣା ପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *