ରାଜ୍ୟର ଶେଷ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ଜିଲ୍ଳାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ କେବେ ଭୁଲି ପାରିବି ନାହିଁ। ଆପଣମାନଙ୍କ ଭଲ ପାଇବା ଯୋଗୁ ମୁଁ ଓଡ଼ିଶା ଆସୁଛି। ମୋଦି କହିଛନ୍ତି, ବିଜେଡିକୁ ୨୫ ବର୍ଷ ଶାସନ ଦେଲେ ଓଡ଼ିଶାବାସୀ। ମାତ୍ର ବିଜେଡି ସରକାର ବିକାଶ ନାଁରେ ବିଶ୍ୱାସଘାତ କରିଛି।

ବିଜେଡି ନେତା ନକଲି କାଗଜପତ୍ର କରି ଚାଷୀଙ୍କ ନାଁରେ ଋଣ କରିନେଇଛନ୍ତି। ଆପଣମାନଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି। ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି । ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏ ସବୁ ଖେଳ ବନ୍ଦ କରିବ।

ଆଜି ସାରା ଦେଶ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତାହାର ମୁଖା ଖୋଲିବ। ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ଓଡ଼ିଶାରେ ସରକାର ଗଢ଼ିବ ଭାଜପା। ଲୋକେ କହୁଛନ୍ତି, ବିଜେଡିକୁ ଭୋଟ୍‌ ଦେଲେ ଏଥର ବେକାର ହୋଇଯିବ। ଏଠାରେ ଭାଜପା ସରକାର ମୁଖ୍ୟମନ୍ତ୍ରୀ ହେଲେ ପର୍ଯ୍ୟଟନର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଛନ୍ତି।

Leave a Reply

Your email address will not be published. Required fields are marked *