ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ସମାଲୋଚନା କରିବାର କୌଣସି ବି ସୁଯୋଗ ହାତଛଡା କରି ନାହାନ୍ତି।ଜୁନ୍ ୪ ପରେ ୬ ମାସରେ ଦେଶ ବିକାଶର ନୂଆ ଗତି ଛୁଇଁବ । ରାଜନୀତିରେ ମଧ୍ୟ ନୂଆ ତୁଫାନ୍ ଆସିବ । ମୁଁ ଜୁନ୍‌ ୧୦ର ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ ବା ଝିଅ ହେବେ। ଓଡ଼ିଶାର ଲେକେ ଭାବିଛନ୍ତି, ରାଜ୍ୟରେ ଡବଲ ଇଂଜିନ ସରକାର। ପୂରା ଦେଶରେ ତୃତୀୟ ଥର ଏକ ମଜବୁତ ସରକାର ଉପରେ ମୋହର ଲଗାଇଛନ୍ତି।
ସୂଚନାଯୋଗ୍ୟ , କେନ୍ଦ୍ରାପଡାରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ମୋଦି । ସେ କହିଛନ୍ତି, ‘ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବାକୁ ଯାଉଛି। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ’ । ଆଗାମୀ ଦିନରେ ପରିବାରବାଦୀ ପାର୍ଟି ଭାଙ୍ଗିଯିବ । ଦେଶକୁ ଭାଙ୍ଗିବାକୁ ସ୍ୱପ୍ନ ଦେଖୁଥିବା ପାର୍ଟିକୁ ତାଙ୍କରି କାର୍ଯ୍ୟକର୍ତ୍ତା ଭାଙ୍ଗିଦେବେ । ଓଡିଶାରେ ରାଜନୀତିରେ ମଧ୍ୟ ନୂଆ ଭୁଚାଲ ଦେଖିବାକୁ ମିଳିବ । ଯେଉଁଭଳି ବିଜେଡି ଭିତରେ ରାଜନୀତି ହେଉଛି, ତାର ବିସ୍ଫୋଟ ହେବା ଆମେ ଦେଖିବୁ । ଓଡିଶା ପ୍ରତିଟି ଚରଣରେ ବିଜେପି ଏମପି, ବିଧାୟକଙ୍କ ପାଇଁ ବମ୍ଫର ଭୋଟିଂ କରିଛି ବୋଲି ମୋଦୀ କହିଛନ୍ତି । ଦାଦନ ଶାସନ ହଟାଇବା ପାଇଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଲୋକେ ମତଦାନ କରିଛନ୍ତି। ଭ୍ରଷ୍ଟାଚାର ହଟାଇବା ପାଇଁ, ରତ୍ନଭଣ୍ଡାରକୁ ନେଇ ଯେଉଁ ଆଶଙ୍କା ରହିଛି, ତାକୁ ହଟାଇବା ପାଇଁ ମତଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଓଡିଶା ପରିବର୍ତ୍ତନ ଚାହୁଁଛି ସେଥିପାଇଁ ୨୫ ବର୍ଷ ପରେ ପରିବର୍ତ୍ତନ ପାଇଁ ବିଜେପିକୁ ପସନ୍ଦ କରୁଛନ୍ତି ।ମୋତେ ଖୁସି ଲାଗୁଛି ଓଡ଼ିଶା ବିଜେପି ନୂଆ ଇତିହାସ ରଚିବାକୁ ଯାଉଛି।

ଦାଦନ ଶାସନ ହଟାଇବା ପାଇଁ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଲୋକେ ମତଦାନ କରିଛନ୍ତି। ଭ୍ରଷ୍ଟାଚାର ହଟାଇବା ପାଇଁ, ରତ୍ନଭଣ୍ଡାରକୁ ନେଇ ଯେଉଁ ଆଶଙ୍କା ରହିଛି, ତାକୁ ହଟାଇବା ପାଇଁ ମତଦାନ କରିଛନ୍ତି। ବିଜେପି ଆସିବ ଓ ମହାପ୍ରଭୁଙ୍କ ୪ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ। ଓଡ଼ିଶାର ବିକାଶ ମୋର ଗ୍ୟାରେଣ୍ଟି। କଂଗ୍ରେସର ୬୦ ବର୍ଷ, ବିଜେପିର ୧୦ ବର୍ଷର କାମ ଲୋକ ଦେଖିଛନ୍ତି । ସେ ଆହୁରି କହିଛନ୍ତି ,ତାଙ୍କ ୬୦ ବର୍ଷରେ ବଡ ବଡ ଘୋଟାଲାର ଖବର ଆସୁଥିଲା, ଆମ ୧୦ ବର୍ଷରେ ବଡ ବଡ ନିର୍ମାଣ ଖବର ଆସୁଛି । ୧୦ ବର୍ଷରେ ଆମେ ନୂଆ ସଂସଦ ଭବନ ନିର୍ମାଣ କରି ଦେଶକୁ ଦେଲୁ, ନ୍ୟାସନାଲ ୱାର ମେମୋରିଆଲ୍ ନିର୍ମାଣ କଲୁ । ସ୍ୱାଧୀନତାର ୭୦ ବର୍ଷରେ ବି କଂଗ୍ରେସ ୱାର ମେମୋରିଆଲ୍ ତିଆରି କରିନଥିଲା । ହେଲେ ଆପଣଙ୍କ ସେବକ ଦିଲ୍ଲୀରେ ପହଞ୍ଚିବା ପରେ ଦେଶର ଯବାନଙ୍କ ପାଇଁ ୱାର୍ ମେମୋରିଆଲ୍ ତିଆରି କରିଲୁ । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ, ଭବ୍ୟ ନିର୍ମାଣର ହେବ ।

By SonaliP

Leave a Reply

Your email address will not be published. Required fields are marked *