ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଲା ବିଜେପି । ବିଜେପି ସୁଜାତା ଆର କାର୍ତ୍ତିକେୟନଙ୍କ ନାଆଁରେ ଗୁରୁତର ଅଭିଯୋଗ ଆଣିଛି ।
ସେ ଅବାଧ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଏବଂ ରାଜ୍ୟରେ ନିର୍ବାଚନ ହିଂସାକୁ ଉସୁକାଇବା ନେଇ ସିଇସିଙ୍କୁ ଗୁରୁତର ଅଭିଯୋଗ କରିଛି କେନ୍ଦ୍ରୀୟ ବିଜେପି । ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରିବା ସହ ସସ୍‌ପେଣ୍ଡ ପାଇଁ ଦାବି କରିଛି ବିଜେପି।

ଏହାସହ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସୁଜାତା କାର୍ଯ୍ୟ କରୁଥିବା ଅଭିଯୋଗ ମଧ୍ୟ କରାଯାଇଛି । ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ତ୍ରିମୂର୍ତ୍ତି ବୋଲି ଚିଠିରେ ଦର୍ଶାଇଛି ଦଳ । ପାଣ୍ଡିଆନଙ୍କ ଗାଇଡାନ୍ସରେ ତ୍ରିମୂର୍ତ୍ତି ଭାବେ କାର୍ଯ୍ୟ କରିବା ନେଇ ହୋଇଛି ଫେରାଦ । ପୂର୍ବରୁ ସୁଜାତାଙ୍କୁ ECIଙ୍କ ନିର୍ଦ୍ଦେଶରେ ମିଶନ ଶକ୍ତି ସଚିବ ପଦରୁ ହଟା ଯାଇଥିଲା ।

Leave a Reply

Your email address will not be published. Required fields are marked *