ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଖୁବ୍‌ଶୀଘ୍ର ଆସୁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗ ସୁଚନା ଅନୁସାରେ ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍‌ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। କିନ୍ତୁ ଏଥର ଶୀଘ୍ର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ପହଞ୍ଚି ସାରିଛି। ଏହା ଆସନ୍ତା ମେ’ ୩୧ କିମ୍ବା ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁବ । ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଶୀଘ୍ର ଆସିଯିବ ବୋଲି ପାଣିପାଗ ବିଭାଗ କହିଛି । ଫଳରେ ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଧୀରେ ଧୀରେ ଆଶ୍ୱସ୍ତି ମିଳିବ ।

ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍‌ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। ତା’ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଏହା ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ। ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ତେଲେଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ରରେ ଏଣ୍ଟ୍ରି କରେ। ଜୁନ୍ ୧୫ରେ ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କିଛି ଅଂଶରେ ପହଞ୍ଚିଥାଏ। ଜୁନ୍ ୨୦ସୁଦ୍ଧା ଏହା ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅବଶିଷ୍ଟ ଅଂଶ ଏବଂ ଗୁଜରାଟର କିଛି ଅଂଶରେ ପ୍ରବେଶ କରେ। ଜୁଲାଇ ୧୫ ପାଖାପାଖି ଏହା ସମଗ୍ର ଦେଶକୁ କଭର୍‌ କରିଥାଏ।

Leave a Reply

Your email address will not be published. Required fields are marked *