ଭୁବନେଶ୍ୱର : ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମା ମାଡ଼ କରାଯାଇଛି । ପୂର୍ବ ଶତ୍ରୁତାରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ବୋମାମାଡ଼ ସୂଚନା ମିଳିଛି । ବୋମାମାଡ଼ରେ କେହି ଆହତ ହୋଇନଥିବା ବେଳେ ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାୟର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମା ମାଡ଼ ହୋଇଥିବା ସ୍କର୍ପିଓକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

 

By SonaliP

Leave a Reply

Your email address will not be published. Required fields are marked *