Source: OpIndia

ଖୋର୍ଦ୍ଧା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫର ପ୍ରତିବାଦ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରି ହଜାର ହଜାର ବିଜେପି କର୍ମୀ କହିଛନ୍ତି ଯେ, ବୁଥର ସିସିଟିଭିକୁ ସାର୍ବଜନୀନ କରାଯାଉ। ଯଦି ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବାର ଦୃଶ୍ୟ ଥାଏ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ।

ସୂଚନାଯୋଗ୍ୟ, ଗତ ଶନିବାର ନିର୍ବାଚନ ବେଳେ ପ୍ରଶାନ୍ତ ଜଗଦେବ ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାର କାହିଁକି ସିସିଟିଭି ଯାଂଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସିସିଟିଭି ଯାଞ୍ଚ କରାଯାଉ ସତ୍ୟ କଣ ଓ ଷଡଯନ୍ତ୍ର କଣ ଓଡ଼ିଶାବାସୀଙ୍କୁ ଜଣାନ୍ତୁ।

ଯେଉଁମାନେ ଏହି ଗିରଫଦାରୀ ଷଡ଼ଯନ୍ତ୍ରରେ ଜଡ଼ିତ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହିଂ ଘଟଣାରେ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସଙ୍କୁ ମଧ୍ୟ ଜୋରଦାର ବିରୋଧ କରାଯାଇଛି।

By SonaliP

Leave a Reply

Your email address will not be published. Required fields are marked *