ଶେଷ ନିର୍ବାଚନ ପୁର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଜେଡିର ବିଶ୍ୱାସଘାତ ନେଇ ବିଜେଡି ଉପରେ ବର୍ଷିଛି ବିଜେପି। ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ପ୍ରଦୀପ ପୁରୋହିତଙ୍କ ସମାଲୋଚନା କହିଲେ ଚାଷୀଙ୍କୁ ଧୋକାଦେଉଛି ବିଜେଡି । ଓଡ଼ିଶା ଚାଷୀଙ୍କ ଆୟରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ।

ସେ ଆହୁରି କହିଛନ୍ତି ଚାଷୀଙ୍କୁ ୧୦ ହଜାର ଦେବେ କହି ୪ ହଜାର ଟଙ୍କା ଦେଲେ । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆଡ଼େ ଗଲା? କୃଷକଙ୍କ ପାଇଁ ଥିବା ୬ ହଜାର କୋଟିର ହିସାବ ସରକାର ଦେଲେନି । ଶହେ ଟଙ୍କା ବୋନସ ଦେବେ କହିଥିଲେ, ଚାଷୀଙ୍କୁ ପ୍ରତାରଣା କଲେ । ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର । ୨୦୧୯ରେ ଝିଅ ବିବାହ ପାଇଁ ଚାଷୀଙ୍କୁ ୨୫ ହଜାର ଦେବେ କହିଲେ । କେତେ ଜଣଙ୍କୁ ୨୫ ହଜାର ଦେଇଛନ୍ତି ସରକାର ଉତ୍ତର ଦିଅନ୍ତୁ’

ବିଜେପି ସରକାର ହେଲେ ଦଳ ଜନାଦେଶକୁ ସମ୍ମାନ ଦେବ । ୫ ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସଂକଳ୍ପ କାର୍ଯ୍ୟକାରୀ କରିବୁ । ୫ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ । କଟଣୀ ଛଟନୀ ବନ୍ଦ କରିବୁ, ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବୁ ।

Leave a Reply

Your email address will not be published. Required fields are marked *