ଭୁବନେଶ୍ଵରରେ କରୋନା ଆକ୍ରାନ୍ତ୍ର ଚିହ୍ନଟ ପରେ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ଏସ୍. ଅଶ୍ୱଥୀଙ୍କୁ ଭେଟିି ନୂଆ କୋଭିଡ଼ ଭୂତାଣୁ ଚିହ୍ନଟ ନେଇ ରିପୋର୍ଟ ଦେଇଛନ୍ତି । ଏହା ପରେ କୋଭିଡ୍କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇ ସ୍ବାସ୍ଥ୍ୟ ସଚିବ ଏସ୍. ଅଶ୍ୱଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ବର୍ତ୍ତମାନ ସୁଦ୍ଧା କରୋନାକୁ ନେଇ କେନ୍ଦ୍ର ପକ୍ଷରୁ କୌଣସି ମାଗଦର୍ଶିକା ଆସିନାହିଁ । ଲୋକଙ୍କୁ ଭୟଭୀତ ହୁଅନ୍ତୁ ନାହିଁ । ବର୍ତ୍ତମାନ କେବଳ ଜଣେ କୋଭିଡ଼ ଆକ୍ରାନ୍ତ୍ର ଚିହ୍ନଟ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ସେ ଆଉ ମଧ୍ୟ କହିଛନ୍ତି ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଖିଲେ ସେ ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। Post navigation ଭିଜିଲାନ୍ସ ଜାଲରେ ଏଏସଆଇ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ୪ ସରକାରୀ ବାବୁ