grand-welcome-for-baijayant-panda-in-odisha-after-assam-poll-victory
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଓ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ । ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡାଙ୍କୁ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କହିଛନ୍ତି ଯେ, ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଆସାମ ପ୍ରଭାରୀ ଭାବେ ବିଜେପିକୁ ଜିତାଇବାରେ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
 
ଭାରତୀୟ ଜନତା ପାର୍ଟି ଯୋଗ୍ୟ ଲୋକଙ୍କୁ ଯୋଗ୍ୟ ଜାଗାରେ ଦାୟିତ୍ୱ ଦେଇ ନିଖୁଣ ଭାବରେ କାର୍ଯ୍ୟ କରୁଛି ଆସାମରେ ଏହାର ପରିଣାମ ଦେଖିବାକୁ ମିଳିଛି । ଓଡିଶାର ଜଣେ କାର୍ଯ୍ୟକର୍ତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ସଫଳ ଗୋଟି ଚାଳନା କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏନେଇ ତାଙ୍କୁ ଯେତେ ଅଭିନନ୍ଦନ ଜଣାଇଲେ ବି କମ୍ ହେବ ।
 
ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଆସାମବାସୀ ତୃତୀୟ ଥର ପାଇଁ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି ।
 
ଆସାମରେ ମୋଦି ଗ୍ୟାରେଂଟି ଏବଂ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଡବଲ ଇଞ୍ଜିନ୍ ସରକାରର ସଫଳତା କାରଣରୁ ବିଜେପି ଏଠାରେ ୩ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଓ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ହୋଇଛି ଏହା ନୂଆ ଭାରତ ପାଇଁ ନୂଆ ମୋଡ ।
 
୨୦୨୪ ସୁଦ୍ଧା ବିକଶିତ ଭାରତ ଗଢିବା ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିବା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
grand-welcome-for-baijayant-panda-in-odisha-after-assam-poll-victory

By Nirvay

Leave a Reply

Your email address will not be published. Required fields are marked *