ରାଜ୍ୟ ଭିତରେ ଓ ବାହାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ନେବେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୂଚନା ଦିଆଯାଇଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ପାଖାପାଖି ୩୬ ହଜାର ଏକର ଜମି ରହିଛି । ଏଥିରୁ ୨୫ରୁ ୨୬% ଜମି ବର୍ତମାନ ବେଆଇନ ଦଖଲରେ ରହିଛି । ଏହି ଜମିଗୁଡ଼ିକୁ ଚିହ୍ନଟ କରି ଉଦ୍ଧାର କରାଯିବ । ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ବସବାସ କରୁଛନ୍ତି, ସେମାନଙ୍କୁ ଉଚିତ୍ ପ୍ରକ୍ରିୟାରେ ଜମି ସେଟଲମେଣ୍ଟରେ ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯିବ । Post navigation Miscreants ran vehicle over Young Women: ୨ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଦୁର୍ବୃତ୍ତ Petrol, Diesel Shortage: ପେଟ୍ରୋଲ, ଡିଜେଲ ସମସ୍ୟା ନଥିବା କହିଲେ ଆଇଓସିଏଲ ସିଜିଏମ