ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ୍ ଯୋଗାଣକୁ ନେଇ ସାମୟିକ ସମସ୍ୟା ଦେଖାଦେଇଛି । ଜୟପୁର ସହରର ଅନେକ ପେଟ୍ରୋଲ ପମ୍ପରେ ଡିଜେଲ୍ ମିଳୁନଥିବାରୁ ଗାଡ଼ି ଚାଳକମାନେ ଲମ୍ବା ଲାଇନ୍ରେ ଅପେକ୍ଷା କରୁଛନ୍ତି । କିଛି ପମ୍ପରେ ସୀମିତ ପରିମାଣରେ ତେଲ ଦିଆଯାଉଥିବା ବେଳେ ଅନେକ ପମ୍ପରେ ‘ନୋ ଷ୍ଟକ’ ବୋର୍ଡ ଲାଗିଛି। ଏହି ସମସ୍ୟା ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଅଭାବ ହେତୁ ସାଧାରଣ ଲୋକ ଓ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ର ସିଜିଏମ୍ କମଲ ସିଲ୍ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଯୋଗାଣରେ କୌଣସି ବଡ଼ ସମସ୍ୟା ନାହିଁ । ଦକ୍ଷିଣ ଓଡ଼ିଶାର କିଛି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଆର୍ଥିକ ଓ ପରିବହନ ଜନିତ କାରଣରୁ ସାମାନ୍ୟ ଅସୁବିଧା ହୋଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡ଼ିକୁ ଦୁଇରୁ ତିନି ଦିନର ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ପରିସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି । Post navigation Lord Jagannath’s Land: ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର Hinjili murder case: ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣା: ଶିଶୁକୁ ବିଜେଡିର ସହାୟତା