ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ତାଙ୍କର ୩ ବର୍ଷର ଅସହାୟ ଶିଶୁକୁ ବିଜୁ ଜନତା ଦଳ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଦଳର ଏକ ପ୍ରତିନିଧି ମଣ୍ଡଳୀ ଶିଶୁ ରହୁଥିବା ବ୍ରହ୍ମପୁରସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ କରି ସହାୟତା ରାଶି ପ୍ରଦାନ କରିଥିଲେ । ଶିଶୁ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ଏହି ଅର୍ଥ ରାଶି ରଖିବା ପାଇଁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ ଓ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରମୁଖ ଥିଲେ । Post navigation Petrol, Diesel Shortage: ପେଟ୍ରୋଲ, ଡିଜେଲ ସମସ୍ୟା ନଥିବା କହିଲେ ଆଇଓସିଏଲ ସିଜିଏମ Youth beaten to death: ବାଲିଅନ୍ତା ଅଞ୍ଚଳରେ ପୋଲିସ ସାମ୍ନାରେ ଯୁବକଙ୍କୁ ପିଟି ପିଟି ହତ୍ୟା