ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢିଚାଲିଛି । ଗୁଣ୍ଡାଗର୍ଦ୍ଦି, ଆତଙ୍କରାଜ ବଢୁଛି । ବିଶେଷକରି ମହିଳା ବିରୋଧୀ ହିଂସା ବଢୁଛି । ଏଭଳି ଏକ ଆତଙ୍କରାଜ ଘଟଣା ନିଆଳି ଅଞ୍ଚଳର ବାଲିଅନ୍ତା ଥାନା ଭିଙ୍ଗାରପୁର କାଜରେ ବିଚ୍‌ ରାସ୍ତାରେ ଦେଖିବାକୁ ମିଳିଛି ।

୨ ଯୁବତୀଙ୍କୁ ଟଣାଓଟରା କରିବା ସହ ଦୁର୍ବୃତ୍ତ ବାଇକ୍ ଚଢ଼ାଇ ଦେଇଛନ୍ତି । ତେବେ ଅଡ଼ଶପୁରର ୨ ଯୁବକଙ୍କୁ କାବୁ ପରେ ଲୋକେ ମାଡ଼ ମାରିଛନ୍ତି । ସମ୍ପୃକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ବାଲିଅନ୍ତା ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ୨ ଯୁବତୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *