‘ଅପରେସନ ସିନ୍ଦୂର’ର ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀଙ୍କ ସାହସ ଓ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ଆକ୍ରମଣର ଏହା ଉଚିତ୍ ଜବାବ ଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୂରରେ ଭାରତୀୟ ସଶସ୍ତ୍ର ବାହିନୀ ଅତୁଳନୀୟ ସାହସ, ବୃତ୍ତିଗତତା ଓ ସମନ୍ୱିତ ଶକ୍ତିର ପରିଚୟ ଦେଇଥିଲେ । ସମଗ୍ର ଦେଶ ସେନାଙ୍କ ବୀରତ୍ୱକୁ ସଲାମ କରୁଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ଅପରେସନ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ପ୍ରତିକ୍ରିୟାକୁ ପ୍ରଦର୍ଶିତ କରିଥିଲା । ବର୍ଷେ ପରେ ମଧ୍ୟ ଭାରତ ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ସମୂଳେ ନଷ୍ଟ କରିବା ପାଇଁ ସଂକଳ୍ପବଦ୍ଧ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି । Post navigation ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ୨୩ ଟ୍ରକ୍ ଟର୍ମିନାଲ