ସାରା ଦେଶରେ ଆସ୍ତେ ଆସ୍ତେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଛି । ଯାହାଫଳରେ ସବୁଠି କରୋନାର ଭୟ ଖେଳିଯାଇଛି । ଏହାରି ମଧ୍ୟରେ ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ନିକଟରୁ ଦିଲ୍ଲୀରୁ ଫେରିଥିବା ଜଣାପଡିଛି। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସେ ଏବେ ଏକ କ୍ୱାରେନଣ୍ଟାଇନ୍ ରେ ରହୁଥିବା ସୂଚନା ମିଳିଛି । ଏହା ସହ ତାଙ୍କର ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ମଧ୍ୟ ସୂଚନା ମିଳିଛି । ସୂଚନା ଯୋଗ୍ୟ; ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜଣାପଡିଛି । ସମସ୍ତଙ୍କୁ ସତର୍କତାର ସହିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମାକ୍ସ ବ୍ୟବହାର କରିବା ସହିତ ସତର୍କତାର ସହିତ ଲୋକଙ୍କୁ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଏକ ସଂକ୍ରାମକ ରୋଗ ଯାହା ଭୂତାଣୁ ଦ୍ୱାରା ବ୍ୟାପିଥାଏ । ଏହାର ଲକ୍ଷଣ ଥଣ୍ଡା, ଜ୍ୱର ଓ କାଶ ମାଧ୍ୟମରେ ଦେଖା ଯାଇଥାଏ । ସତର୍କତାର ସହିତ ଭୟଭୀତ ନ ହୋଇ କରୋନାର ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଛି । Post navigation ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଛତିଶା ନିଯୋଗ ତରଫରୁ ମନ୍ଦିର ପ୍ରଶାସନକୁ ଚିଠି ଲିଙ୍ଗରାଜ ଷ୍ଟେସନ ଆଗରେ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ