ଭୁବନେଶ୍ୱରର ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ପରେ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ତଦନ୍ତ କରାଯାଇ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏସ୍.କେ. ମୁରଲୀଧରନ ଓଡ଼ିଆ ଫିଲ୍ମ ଜଗତରେ ଜଣେ ପରିଚିତ ନିର୍ଦ୍ଦେଶକ ଥିଲେ । ତାଙ୍କ ନିର୍ଦ୍ଦେଶନାରେ ଏକାଧିକ ଫିଲ୍ମ ନିର୍ମାଣ ହୋଇଥିଲା । ତାଙ୍କ ବିୟୋଗ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି । Post navigation Major OAS reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ