ଧାନ ବିକ୍ରି ପାଇଁ ଟୋକନ ନ ମିଳିବା ଅଭିଯୋଗ କରି ଆଜି ବରଗଡ଼ର ଚାଷୀମାନେ ଜିଲ୍ଲା ଡିଆର୍ସିଏସ୍ କାର୍ଯ୍ୟାଳୟ ଘେରାଓ କରିଛନ୍ତି । କିଛି ଚାଷୀ ପ୍ରତିବାଦ ସ୍ୱରୂପ ବିଷ ବୋତଲ ଧରି ଅଫିସ ଆଗରେ ଧାରଣା ଦେଇଥିଲେ । ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଧାନ ଅମଳ ତୁଳନାରେ ଆବଶ୍ୟକ ସଂଖ୍ୟକ ଟୋକନ ମିଳୁନାହିଁ । ଫଳରେ ମଣ୍ଡିରେ ଧାନ ବିକ୍ରି କରିବାରେ ସମସ୍ୟା ଉପୁଜିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହେଉନଥିବାରୁ ଆଜି ଚାଷୀମାନେ ବାଧ୍ୟ ହୋଇ ପ୍ରତିବାଦ କରିଥିଲେ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚାଷୀଙ୍କ ହାତରୁ ବିଷ ବୋତଲ ଛଡ଼ାଇ ନେଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । Post navigation Ollywood Cinematographer Dilip Ray Dies: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ କ୍ୟାମେରାମ୍ୟାନ ଦିଲୀପ ରାୟଙ୍କ ପରଲୋକ Newly Recruited OTAS Officer Dismissed: ଅପରାଧିକ ମାମଲାରେ ଅଟକ ନବନିଯୁକ୍ତ OTAS ଅଧିକାରୀ ଚାକିରୀରୁ ବହିଷ୍କୃତ