ଭବାନୀପାଟଣାରେ ଇନ୍ଦ୍ରାବତୀ ମେଗାଲିଫ୍ଟ ଜଳସେଚନ ଅଞ୍ଚଳର ଚାଷୀମାନେ ଧାନ ପଞ୍ଜିକରଣରୁ ବାଦ ଦେବା ବିରୋଧରେ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ବିଗତ ୮ ତାରିଖରୁ ଚାଲିଥିବା ରାସ୍ତାରୋକୋ ଏବଂ ଧାରଣା ଆଜି ଅନଶନରେ ପରିଣତ ହୋଇଛି। ଗତ ୧୨ ଦିନ ଧରି, କୋକସରା ଏବଂ ଧର୍ମଗଡ଼ ବ୍ଲକର ଚାଷୀମାନେ ସେମାନଙ୍କର ଅମଳ ହୋଇଥିବା ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ ଦାବି କରି ଧାରଣାରେ ବସିଛନ୍ତି। ଚଳିତ ରବି ଋତୁରେ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୮ ହଜାର ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇଥିଲା। ଏହାଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକର ଚାଷୀମାନେ ଧାନ ଚାଷ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ, ରବି ଧାନ ବିକ୍ରି ପାଇଁ ଚାଷୀମାନଙ୍କର ନାମ ପଞ୍ଜୀକରଣ ହୋଇପାରି ନାହିଁ। ଫଳରେ ଭାଗ ଚାଷୀ, ଋଣୀ ଚାଷୀ ଏବଂ ସାଧାରଣ ଚାଷୀମାନେ ସେମାନଙ୍କ ଧାନ କେଉଁଠି ବିକ୍ରି କରିବେ, ସେ ନେଇ ବଡ଼ ଚିନ୍ତାରେ ଅଛନ୍ତି। ଏହି ସମସ୍ୟା ନେଇ ପ୍ରଶାସନ ନିକଟରେ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଚାଷୀମାନେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିବା ପରେ, ଗତକାଲି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି କୋକସରା ଥାନା ଆଗରେ ଚାଷୀମାନେ ୪୮ ଘଣ୍ଟିଆ ଧାରଣାରେ ବସିଛନ୍ତି। ଏହି ଚାଷୀ ଆନ୍ଦୋଳନ ଏବଂ ସେମାନଙ୍କ ଦାବିକୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଆଜି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ , ରାଜୀବ ଅଗ୍ରୱାଲ, ମାନସ ରଞ୍ଜନ ଦାସ, ବେନୂପାଣି ଦୁର୍ଗା, ଧୋବଲେଶ୍ୱର୍ ନାଗ, ଦୁର୍ଗା ନାଏକ, ସହଦେବ ଦାସ, ସୁନୀଲ ସାହୁ, ମୁକେଶ ଲହଜଲ ପ୍ରମୁଖ ଆଜି ପ୍ରଥମ ଦିନର ଅନଶନରେ ସାମିଲ ହେଇଛନ୍ତି। Post navigation Untimely Ratha Jatra in Punjab: SJTA asks Collector to halt May 23 Event Odisha +2 Results 2026 Declared: Girls Outshine Boys in All Streams