ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଟଙ୍କାର ପାହାଡ଼। ମନ୍ତ୍ରୀଙ୍କ ସଚିବଙ୍କଠାରୁ ପୁଳା ପୁଳା ଟଙ୍କା ହେଲା ଜବତ । ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍‌ଗିର ଆଲମ୍‌ଙ୍କ PS ସଞ୍ଜୀବ ଲାଲଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ଜବତ ଟଙ୍କାର ପରିମାଣ ୨୦ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ସମୟରେ ମନ୍ତ୍ରୀଙ୍କ ସଚିବଙ୍କ ଘରୁ ଏତେ ଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ମଧ୍ୟ ED ପକ୍ଷରୁ ଚଢ଼ାଉ ଚାଲିବା ସହ ଏଥିରେ କାହାର କାହାର ଲିଙ୍କ ଅଛି ତାହା ତଦନ୍ତ କରାଯାଉଛି।

By Nirvay

Leave a Reply

Your email address will not be published. Required fields are marked *