ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁରର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁରର କନିଷି ସଭାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୋଦି। ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି । କନିଷି କାର୍ଯ୍ୟକ୍ରମ ଶେଷ ହେବା ପରେ ନବରଙ୍ଗପୁର ଚିକିଲିଗାଁ ପଡ଼ିଆରେ ମୋଦୀ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇପଡ଼ିଛି । ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି ।

ମୋଦିଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଛି। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଜନସଭାରେ ଯୋଗଦେବେ।

ଦକ୍ଷିଣ ଓଡ଼ିଶାରେ ଆଜି ଦେଖିବାକୁ ମିଳିବ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave a Reply

Your email address will not be published. Required fields are marked *