ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରି କହିଲେ । କାଲି ମୁଁ ଅଯୋଧ୍ୟାରେ ଥିଲି, ଆଜି ମୁଁ ମହାପ୍ରଭୁଙ୍କୁ ଭୂମିରେ ଅଛି । ଆଜି ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ, କିଏ ରାମ ମନ୍ଦିର ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଥିଲେ ମୋଦୀ । ଏଥିସହ ଲୋକଙ୍କ ଗୋଟିଏ ଭୋଟ ହିଁ ରାମ ମନ୍ଦିର ନିର୍ମାଣ କରିଛି ବୋଲି କହିଥିଲେ ମୋଦୀ ।

ଅନ୍ୟପଟେ ଓଡିଶାରେ ଏଥର ୨ଟି ଯଜ୍ଞ ଏକାସାଙ୍ଗରେ ହେଉଛି । ଗୋଟିଏ ହେଉଛି ଦେଶ ପାଇଁ ମଝବୁତ୍ ସରକାର ନିର୍ମାଣ ପାଇଁ । ଅନ୍ୟଟି ହେଉଛି ଓଡିଶାରେ ମଝବୁତ ରାଜ୍ୟ ସରକାର ନିର୍ମାଣ ପାଇଁ । ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଓଡିଶା ବିଜେପି, ଓଡିଶାର ଆକାଂକ୍ଷାକୁ ଧ୍ୟାନରେ ରଖି ସଙ୍କଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଯୁବ, ମହିଳାଙ୍କ ପାଇଁ ରୋଜଗାର ଅଛି । ଏଥିରେ ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟ ଅଛି, ଏଥିରେ ଓଡିଶାର ମହାନ ସଂସ୍କୃତି, ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା ହେଇଛି । ବିଜେପି ଯାହା କହିଥାଏ, ତାହା କରିକି ଦେଖାଏ । ତେଣୁ ଏଥିପାଇଁ ଏଠି ସରକାର ହେବା ପରେ ଆମେ ପୂରା ଶକ୍ତିର ସହ ଏହି ସଙ୍କଳ୍ପକୁ ପୂରା କରିବୁ । ଏ ହେଉଛି ମୋଦୀର ଗ୍ୟାରେଣ୍ଟିଂ ।

ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିବା ସହିତ ମୋଦୀ କହିଥିଲେ, ଜୁନ୍ ୪ରେ ଏଠି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଲେଖାହେଇଛି । ଜୁନ୍ ୪ରେ ପ୍ରକାଶ ପାଇଁ ନିର୍ବାଚନ ରେଜଲ୍ଟ । ହେଲେ ଏହାର ଯଥେଷ୍ଟ ପୂର୍ବରୁ ଓଡିଶାରେ ବିଜେପି ସରକାର ଗଢିବ । ଏମିତି ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବ । ମୁଁ ଏହି ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଯେତେବଳେ ଓଡ଼ିଶାରେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଶା ସଂସ୍କୃତିକୁ ନେଇ ବଞ୍ଚୁଥିବା, ଗର୍ବ କରୁଥିବା ସମର୍ପିତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ତ ଆପଣଙ୍କ ସମସ୍ୟାର ସମାଧାନ ଜଲଦି ହେବ। ସେଥିପାଇଁ ବିଜେପିର ସରକାର ହେବା ଦରକାର। ବିଜେପିର ଶପଥ ସମାରୋହ ହେବ। ସେଠାକୁ ଆପଣ ସମସ୍ତଙ୍କୁ ଆସିବାକୁ ହେବ।

ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ନିସ୍ତେଜ ହୋଇ ପଡିଛି, ଲୋକେ ବିଜେପିକୁ ନେଇ ଆଶ୍ୱସ୍ତ ଅଛନ୍ତି । ବିଜେପି ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ ବୋଲି କହିଛନ୍ତି ମୋଦୀ ।

ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର ୧୦ ବର୍ଷରେ ସାଢେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଇଛି । ଖାଲି ଟଙ୍କା ପଠାଇଲେ କାମ ହେବନି, ଅର୍ଥ ଖର୍ଚ୍ଚ କରିବାକୁ ଭଲ ସରକାର ଦରକାର । ଦିଲ୍ଲୀରୁ ଟଙ୍କା ଆସୁଛି, ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ ବିଜେଡି ସରକାର ଏଠାରେ ଏହାକୁ ଲାଗୁ କରୁନି ନଚେତ କେନ୍ଦ୍ର ଯୋଜନାରେ ଷ୍ଟିକର ମାରି ନିଜର ବୋଲି କହୁଛି । ମାଗଣା ଚାଉଳ ପାଇଁ ମୋଦୀ ସରକାର ଟଙ୍କା ପଠାଉଛି, କିନ୍ତୁ ଏଠାରେ ବିଜେଡି ସରକାର ଷ୍ଟିକର ମାରି ନିଜେ ଚାଉଳ ଦେଉଛି ବୋଲି ପ୍ରଚାର କରୁଛି । ନିଜେ କିଛି କରୁନାହାନ୍ତି, ଯଦି କିଛି କରିଥାନ୍ତେ ତେବେ କେନ୍ଦ୍ର ଯୋଜନାରେ କଣ ଷ୍ଟିକର ମାରିବାକୁ ପଡିଥାନ୍ତା କି ବୋଲି ମୋଦୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ମୋଦୀ ଓଡିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ ।

ମନମୋହନ ସିଂହ ସରକାର ସମୟରେ ୧୦ ବର୍ଷରେ ଓଡିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ହେଲେ ମୋଦୀ ୧୦ ବର୍ଷରେ ଓଡିଶାକୁ ସାଢେ ୩ ଲକ୍ଷରୁ ଅଧିକ ଟଙ୍କା ଓଡିଶାକୁ ଦେଇଛି । ହେଲେ କେବଳ ପଇସା ପଠାଇବାରେ କାମ ହେଉନି । ଏଠି ଭଲ ସରକାର ମଧ୍ୟ ଦରକାର । ବିଜେଡି ସରକାର ଯୋଜନାକୁ ଲାଗୁ କରୁନି । ନହେଲେ ନିଜର ଷ୍ଟିକର ଲଗେଇ ଦେଉଛି । ଜଳଜୀବନ ମିଶନ ପାଇଁ ଓଡିଶାକୁ ୧୦ ହଜାର କୋଟି ଟଙ୍କା ଦିଆହେଇଥିଲା । ହେଲେ ସେ ଟଙ୍କାକୁ ବିଜେଡି ସରକାର ଠିକ୍ ସେ ଖର୍ଚ୍ଚ ବି କରିପାରିଲାନି । ମୋଦୀ ଗାଁରେ ସଡକ ତିଆରି କରିବାକୁ ଟଙ୍କା ପଠାଉଛି, ହେଲେ ଏଠି ଗାଁରେ ସଡକ ଅବସ୍ଥା ଖରାପ । ମୋଦୀର ମାଗଣା ଚାଉଳ ଉପରେ ନିଜ ଷ୍ଟିକର ଲଗାଉଛନ୍ତି । ସେମାନେ ନିଜେ କିଛି ବି କରିନାହାଁନ୍ତି ।

ମୋଦୀ ପୂରା ଦେଶରେ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟିଂ ଦେଇଛି । ଦେଶରେ ୬ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସାର ଲାଭ ନେଇଛନ୍ତି । ହେଲେ ଓଡିଶାର ଲୋକ କିନ୍ତୁ ଏହାର ଲାଭ ପାଇପାରୁନାହାଁନ୍ତି । କାହିଁକି ନା, ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଏଠି ଲାଗୁ କରିବାକୁ ଦେଲାନି ବୋଲି କହିବା ସହିତ ବର୍ଷିଛନ୍ତି ମୋଦୀ ।

 

Leave a Reply

Your email address will not be published. Required fields are marked *