ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଗେଇ ଚାଲିଛନ୍ତି ।

ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଶାଳ ଜନସମୁଦ୍ର ବିରାଟ ଧ୍ୱନି ଓ ପ୍ରତିଧ୍ୱନି ମଧ୍ୟରେ ବଢ଼ି ଚାଲିଛନ୍ତି ଆଗକୁ । ଦିଲ୍ଲୀପ ରାୟଙ୍କୁ ମିଳୁଥିବା ସ୍ୱତଃ ପ୍ରବୃତ୍ତ ସମର୍ଥନ ବିରୋଧୀ ମହଲରେ ଏକ ରକମର କମ୍ପନ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ରାଉରକେଲାରୁ ଦିଲ୍ଲୀପ ୧୯୮୫, ୧୯୯୦ ଓ ୨୦୧୪ ମସିହାରେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ଏଥର ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦିତା ହେବ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ସହ ।

By Nirvay

Leave a Reply

Your email address will not be published. Required fields are marked *