ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମେ ୨୫ ତାରିଖରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।

କେନ୍ଦୁଝର, ଢେଙ୍କାନାଳ, କଟକରେ ସକାଳ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ। ସେହିପରି ପୁରୀ, ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସକାଳ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।

କୁଚିଣ୍ଡା ଓ ରେଢ଼ାଖୋଲରେ ସକାଳ ୭ଟାରୁ ୪ଟା ଯାଏ ଭୋଟିଂ ହେବାକୁ ଥିବା ବେଳେ ଦେଓଗଡ଼ରେ ସକାଳ ୭ଟାରୁ ୫ଟା ଯାଏ ଭୋଟ ଗ୍ରହଣ ହେବ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୧୩ରେ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ମେ ୨୦ ତାରିଖରେ ହେବ ।

By Nirvay

Leave a Reply

Your email address will not be published. Required fields are marked *