ଏଜେନ୍ସୀ : ନୂଆଦିଲ୍ଲୀ,

ସୋନପୁର ଗସ୍ତ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯେଉଁ ଭିତ୍ତିଭୂମି ପକାଇ ଯାଇଥିଲେ ତାହା ଆଗକୁ କିଭଳି ଭୟଙ୍କର ନେବାକୁ ଯାଉଛି ନେଟୱର୍କ-୧୮ଗ୍ରୁପର ମୁଖ୍ୟ ସମ୍ପାଦକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇ ଦେଇଛନ୍ତି । ସୋମବାର ଏହି ସାକ୍ଷାତକାର ପ୍ରସାରିତ ହେବ । ହେଲେ ଏଥିରେ ସେ ଓଡ଼ିଶା ପ୍ରସଙ୍ଗରେ ଯାହା କହିଛନ୍ତି ତାହା ସୂଚାଇ ଦେଉଛି ଯେ, ତାଙ୍କର ଆଗାମୀ ଗସ୍ତରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜଦ ନେତା ଭିକେ ପାଣ୍ଡିଆନଙ୍କୁ କରିବେ ଜୋରଦାର ଧୁଲେଇ ।

ମୋଦୀ କହିଛନ୍ତି ଯେ, ଓଡ଼ିଶାର ଭାଷା ସଙ୍କଟରେ । ଓଡ଼ିଶାର ପରିଚୟ ମଧ୍ୟ ସଙ୍କଟରେ । ବିଜଦ ସରକାରର ଶାସନ କାଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ଲୋକେ ଆଉ ସହିବା ଅବସ୍ଥାରେ ନାହାନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରଚୁର ପରିମାଣରେ ପ୍ରାକୃତିକ ସମ୍ପଦ ରହିଛି । ଏହି ହିସାବରେ ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟ ହେବା କଥା । ହେଲେ ଅନ୍ୟ ରାଜ୍ୟର ବିକାଶ ଭଳି ଓଡ଼ିଶା ସରକାର ପ୍ରାକୃତିକ ସମ୍ପଦର ଉପଯୋଗ ସଠିକ୍‌ ଭାବେ କରିପାରିନାହାନ୍ତି । ବର୍ତ୍ତମାନ ଏଠାରେ ଭାଷା ଅସ୍ମିତା ସଙ୍କଟରେ ରହିଛି । ଲୋକେ ଏହାକୁ ବରଦାସ୍ତ କରିବାର ମୁଡ଼ରେ ନାହାନ୍ତି । ଏଭଳି ସ୍ଥିତିରେ ଓଡ଼ିଶା ସେବା ପାଇଁ ଭାଜପାକୁ ସୁଯୋଗ ମିଳିବା ଦରକାର । ଆମକୁ ସୁଯୋଗ ମିିଳିଲେ ଆମେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବୁ ।

ବିଜଦ ସହ ଭାଜପାର ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଅନୁଯାୟୀ ସମର୍ଥନ ଦେଇ ଆସିଛି । ଅନ୍ୟ ଆଞ୍ଚଳିକ ଦଳମାନେ ମଧ୍ୟ ଏଭଳି ସମର୍ଥନ ଦେଇଥାନ୍ତି । ଏହି ସମର୍ଥନ ଅଲଗା ନୁହେଁ । ୨୦୦୯ରେ ଏନଡିଏରୁ ବିଜଦ ଅଲଗା ହେବା ପରେ ଭାଜପା ଓ ବିଜଦ ଆଉ ବନ୍ଧୁ ହୋଇନାହାନ୍ତି । ତେଣୁ ଓଡ଼ିଶାର ବିକାଶ, ଓଡ଼ିଶା ଭାଷା ଏବଂ ପରିଚୟକୁ ମଜଭୁତ କରିବା ପାଇଁ ଓଡ଼ିଶାବାସୀ ଭାଜପାକୁ ଥରୁଟିଏ ସୁଯୋଗ ଦେବା ଦରକାର । ପ୍ରତିଶ୍ରୁତି ଦେଉଛୁ ଯେ, ୫ବର୍ଷରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରାଇବୁ ।

By Nirvay

Leave a Reply

Your email address will not be published. Required fields are marked *