ଢେଙ୍କାନାଳ :ଖରା ଛୁଟିରେ ମଜା କରିବାକୁ ଯାଇ ମିଳିଲା ସଜା | ଚଳିତ ବର୍ଷ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଁ ଥିବାରୁ ସମସ୍ତ ସ୍କୁଲ ଗୁଡିକରେ ଛୁଟି ହୋଇ ସମର କ୍ୟାମ୍ପ ଆରମ୍ଭ ହୋଇ ଯାଇଛି | କିଛି ଛାତ୍ର ଛାତ୍ରୀ ସମରକ୍ୟାମ୍ପ ମସ୍ତି କରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି | ଏମିତି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାରେ |

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ ରାମିଆଳି ନଦୀରେ ଥିବା ସାପୁଆ ଡ୍ୟାମକୁ ଆସିଥିବା ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି | ଏହି ସ୍କୁଲର ୯୦ ଜଣ ଛାତ୍ର ଛାତ୍ରୀ ସମର କ୍ୟାମ୍ପ ପାଇଁ ସାପୁଆ ଡ୍ୟାମକୁ ଆସିଥିଲେ | ମାତ୍ର କ୍ୟାମ୍ପ ଆରମ୍ଭ ହେବ ବେଳକୁ ନିକଟରେ ଥିବା ଏକ ତୋଟାରୁ ମହୁମାଛିମାନେ ଉଡି ଆସି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ |

ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି | ଆକ୍ରମଣରେ ଆହତ ହୋଇଥିବା ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ଆଚାର୍ଯ୍ୟ କହିଛନ୍ତି |

By Nirvay

Leave a Reply

Your email address will not be published. Required fields are marked *