ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ଅଧିକାରୀ (ଉପନିର୍ଦ୍ଦେଶକ) ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ସମେତ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢ଼ାଉ କରିଛି ଭିଜିଲାନ୍ସ। ସତ୍ୟଜିତ ରାଉତଙ୍କ ଲିଙ୍ଗରାଜ ନଗର, କଟକସ୍ଥିତ ଘର, ମାହାଙ୍ଗା ଏବଂ ମାହାଙ୍ଗାର ଓଲକାନାରେ ଥିବା ଘର ଉପରେ ଏକକାଳୀନ ତଲାସ କରାଯାଉଛି। ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । Post navigation US launches Fresh Strikes on Iran Four Minors Rescued From Chhatrapur: ଦାଦନ ଚାଲାଣ ବେଳେ ବ୍ରହ୍ମପୁରରୁ ୪ ନାବାଳକ ଉଦ୍ଧାର, ୨ ଅଟକ