ଇବୋଲା ଭାଇରସକୁ ନଜରରେ ରଖି କେନ୍ଦ୍ରସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI) ଆଜି ଇବୋଲା ଭାଇରସ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି, ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ସେହି ଦେଶ ଦେଇ ଯାଉଥିବା ଅସୁସ୍ଥ ଯାତ୍ରୀମାନଙ୍କୁ ବିମାନବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ କରିବାକୁ କହିଛି।

ବିଦେଶରୁ ଆସୁଥିବା ଯାତ୍ରୀ, ବିଶେଷ କରି ଇବୋଲା ଭାଇରସରେ ସଂକ୍ରମିତ ଦେଶ ଗୁଡ଼ିକ ଯଥା- କଙ୍ଗୋ, ଉଗାଣ୍ଡା ଏବଂ ସାଉଥ୍ ସୁଦାନ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ଠାରେ ଯଦି ଇବୋଲା ସଂକ୍ରମଣର ଲକ୍ଷଣ ଯଥା- ଜ୍ୱର, ଦୁର୍ବଳ ଲାଗିବା, ମୁଣ୍ଡ ବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି, ଝାଡ଼ାବାନ୍ତି, ଅସ୍ପଷ୍ଟ ରକ୍ତସ୍ରାବ କିମ୍ବା ଗଳାରେ କଷ୍ଟ ଅନୁଭୂତ ହେଉଥାଏ ତେବେ ତୁରନ୍ତ ବିମାନ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ହେଲଥ୍ ଡେସ୍କରେ ଜଣାଇବାକୁ କୁହାଯାଇଛି ।

ଏହା ସହ ଯେଉଁ ଯାତ୍ରୀ ଭାରତରେ ପହଁଞ୍ଚିବାର ୨୧ ଦିନ ପର୍ଯ୍ୟନ୍ତ ଏଭଳି କିଛି ଲକ୍ଷଣ ଦେଖନ୍ତି କିମ୍ବା ପରୀକ୍ଷାରେ ଇବୋଲା ସଂକ୍ରମିତ ଥିବା ଜାଣନ୍ତି ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *