ବିଜେପି, ବିଜେଡି ପରେ ଏବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଦଳ ଆଜି ରାଜ୍ୟର ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ।

 

ନଜର ପକାନ୍ତୁ ଆଉ କେଉଁ ମାନଙ୍କୁ କଂଗ୍ରେସ ବିଧାୟକ ଟିକେଟ ମିଳିଛି: ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ୍‌ ପ୍ରକାଶ କୁମ୍ଭାର, ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲୀରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ,ପାଟଣାଗଡ଼ରୁ ଅନୀଲ ମେହେର, କଣ୍ଟାବାଂଜିରୁ ସନ୍ତୋଷ ସିଂ ସାଲୁଜା, ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ୱର ନାଏକ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ, ବାଲିଗୁଡ଼ାରୁ ସୁରଦ ପ୍ରଧାନ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର, କଣ୍ଟାମାଳରୁ ମନୋଜ ଆଚାର୍ୟ୍ୟ, ବୌଦ୍ଧରୁ ନବ ମିଶ୍ର, ଭଂଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତୀ ବରଦା, କବିସୂର୍ଯ୍ୟନଗରରୁ ଚିରଂଜୀବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥ, ସାନଖେମୁଣ୍ଡିରୁ ରମେଶ ଜେନା, ଚିକିଟିରୁ ରବୀନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ ଓ ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା: ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ବରଗଡ଼ରୁ ସଂଜୟ ଭୋଇ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *