cm-mohan-majhi-makes-big-announcement-on-independence-day-eases-ocs-exam-rules
୮୦ତମ ସ୍ୱାଧୀନତା ଦିବସ ଅବସରେ ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଓ ଚାଷୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ।
 
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଓଡ଼ିଶା ସିଭିଲ ସେବା ପରୀକ୍ଷା ପାଇଁ ପୂର୍ବରୁ ଥିବା ୬ ଟି ସୁଯୋଗ ସୀମାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ଏଣିକି ପରୀକ୍ଷାର୍ଥୀମାନେ ସର୍ବୋଚ୍ଚ ବୟସୀମା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ପରୀକ୍ଷା ଦେଇପାରିବେ। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଆକାଂକ୍ଷୀଙ୍କୁ ବଡ଼ ଆଶ୍ୱାସନା ଦେଇଛି ।
 
ସେହିପରି ଶିକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ନିଃଶୁଳ୍କ ପାଠ୍ୟପୁସ୍ତକ ମିଳୁଥିଲା ।
 
ଏହାସହ ପ୍ରଥମ ଥର ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ହିଁ ଦେଶର ପ୍ରଥମ ରାଜ୍ୟ ଯେଉଁଠି ‘କେଜି ରୁ ପିଜି’ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି ।
 
ଚାଷୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହିତ ଧାନକିଣା ପାଇଁ ପି-ପାସ୍ ପଞ୍ଜିକରଣର କୌଣସି ସମ୍ପର୍କ ନାହିଁ । ଚାଷୀ ଭାଇମାନେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣକୁ ନେଇ ଧାନ ବିକ୍ରିରେ ସମସ୍ୟା ଆସିବ ବୋଲି ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *