FIR lodged against Rajya Sabha MP Sulata Deo over Disrespect to National Flag
ଜାତୀୟ ପତାକାକୁ ଅସମ୍ମାନ କରିବା ଏବଂ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ଭୁବନେଶ୍ୱର କାପିଟାଲ ଥାନାରେ ଏତଲା ଦେଇଛନ୍ତି ।
 
ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନଙ୍କ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଉତୋଳନ କରିଥିବା ଜାତୀୟ ପତାକାକୁ AIର ଦୁରୁପଯୋଗ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ବିଜେପି । ଏହା ଏକ ସମ୍ପୂର୍ଣ୍ଣ ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତା ଓ ଶୁଭେଛୁମାନଙ୍କ ଭାବନାକୁ ଘୋର ଆଘାତ ଦେଇଛି ।
 
ଦେଓ ଏହି ପ୍ରକାର ସାମାଜିକ ଗଣମାଧ୍ୟମକୁ ବିଭିନ୍ନ ସମୟରେ ଅପବ୍ୟବହାର କରି ବିଜେପିର ନେତାମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ଚରିତ୍ର ସଂହାର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏ ସମସ୍ତ ବିଷୟକୁ ତଦନ୍ତ କରି ଜାତୀୟ ପତାକାର ଅପମାନ କରୁଥିବା ତଥା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଚରିତ୍ର ସଂହାର କରୁଥିବା ଏପ୍ରକାର ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି ।
 
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ପାନେଲିଷ୍ଟ ଶତରୁପା ମିଶ୍ର, ତୃପ୍ତିମୟୀ ମକଦ୍ଦମ, ଅଜିତ ଦାଶ, ଅର୍ଚ୍ଚନା ବେହେରା, ସୁପ୍ରିୟା ରଥ ପ୍ରମୁଖ ଉପସ୍ଥିତ ଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *