ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ହନୁମାନ ମନ୍ଦିର ନିକଟରେ ଖଣ୍ଡା ଧରି ସଂଘବଦ୍ଧ ଆକ୍ରମଣ ।ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ପାହାନାଙ୍କ ୩ ପୁଅ ଦିଲୀପ, ଜିତେନ୍ଦ୍ର ଓ ବାପୁଜୀ। ଏହା ସହିତ ଅଭିମନ୍ୟୁ ପାହାନ ମଧ୍ୟ ଆହତ ହୋଇଛନ୍ତି। ଖଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ସମସ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଛି। ଆକ୍ରମଣକାରୀ ବିଜେଡି କର୍ମୀ ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାକୁ ନେଇ ମେଡିକାଲରେ ବିଜେଡି ଓ ବିଜେପିର ନେତା ପହଁଞ୍ଚହିଛନ୍ତି, ଆହତମାନେ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *