ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୧୬ ଏବଂ ୧୭ ତାରିଖରେ ସେ ଓଡ଼ିଶାରେ ମାରାଥନ ପ୍ରଚାର କରିବେ। ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ ବୋଲି ଜଣା ପଡିଛି। ୧୬ ରେ ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ଜନସଭାରେ ଯୋଗ ଦେବେ। ସେହିଭଳି ୧୭ ତାରିଖରେ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ଆୟୋଜିତ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

By Nirvay

Leave a Reply

Your email address will not be published. Required fields are marked *