ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ାଙ୍କୁ ତାଙ୍କ କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ୪୭ତମ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଆ ସାହିତ୍ୟ ଜଗତର ସମ୍ମାନଜନକ ପୁରସ୍କାର ‘ଶାରଳା ପୁରସ୍କାର’ ବାବଦରେ ତାଙ୍କୁ ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।
 
ଓଡ଼ିଆ ସାହିତ୍ୟ ଓ ସାରସ୍ୱତ ସାଧନା କ୍ଷେତ୍ରରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (IMPaCT) ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥାଏ ।
 
ଏହା ସହିତ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଜଣ ବିଶିଷ୍ଟ କଳାକାରଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି । ପ୍ରଦର୍ଶନ କଳା କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଦୁର୍ଗା ଚରଣ ରଣବୀର ଏବଂ ଦୃଶ୍ୟ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ଦାମୋଦର ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
 
ଉଭୟ କଳାକାରଙ୍କୁ ସମ୍ମାନପତ୍ର ସହ ସହ ୨.୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ସାହିତ୍ୟ, ପ୍ରଦର୍ଶନ କଳା ଓ ଦୃଶ୍ୟ କଳା କ୍ଷେତ୍ରରେ ସାଧନା ଓ ସୃଜନଶୀଳତାକୁ ସମ୍ମାନ ଜଣାଇବା ଏହି ପୁରସ୍କାରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।

By Nirvay

Leave a Reply

Your email address will not be published. Required fields are marked *