ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗୁଛି । ଓଡିଶାକୁ କେନ୍ଦ୍ର ନେତୃତ୍ୱଙ୍କ ଗସ୍ତ ଓ ପ୍ରଚାର ବିଜେପି ପ୍ରାର୍ଥୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରୁଛି । ଏଥିରେ ପଛେଇ ନାହିଁ ସମ୍ବଲପୁର ର ନିର୍ବାଚନୀ ମାହୋଲ । ଆସନ୍ତା ୨୫ ରେ ସମ୍ବଲପୁର ଲୋକସଭାର ନିର୍ବାଚନ ହେବାକୁ ଥିବା ବେଳେ ଏଠାକୁ ପ୍ରଚାର ପାଇଁ ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା ତେବେ ଆଜି ସ୍ଥାନୀୟ କ୍ଷେତରାଜପୁରର ଦୁର୍ଗାମାଙ୍ଗଲମ ମଣ୍ଡପ ଠାରେ ବିକଶିତ ଭାରତ ଅଭିଯାନ ପକ୍ଷରୁ ମିଶନ୍ ଫର୍ ନେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗ ଦେଇଥିଲେ। ବିଜୟ କେଡିଆ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମ୍ରୁଦଲା ଠାକୁର ପ୍ରଧାନ ସମ୍ବଲପୁର କୁ ଦେଶର ଏକ ପ୍ରମୁଖ ସହର ଭାବେ ବିକଶିତ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ମୋଦି ତ୍ରୁତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଓମ ବିର୍ଲା କହିଥିଲେ ଯେ, ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା, ଏଠି ବିକାଶ ର ଯଥେଷ୍ଟ ସମ୍ଭାବନା ରହିଛି ତେବେ ବିଜେଡି ସରକାର ୨୫ ବର୍ଷ କାଳ ଧରି ଶାସନ ରେ ରହି ସୁଦ୍ଧା ଲୋକଙ୍କ ପାଇଁ କିଛି କରିନାହାନ୍ତି । ଭାଜପା ବିକଶିତ ଓଡ଼ିଶା ତିଆରି ସଂକଳ୍ପ ନେଇଛି, କାରଣ ବିକଶିତ ଭାରତ ର ପରିକଳ୍ପନା କୁ ସଫଳ କରିବା ପାଇଁ ଓଡିଶା ବିକଶିତ ହେବାର ଆବଶ୍ୟକତା ରହିଛି । ମୋଦୀ ଜୀ ଙ୍କ ନେତୃତ୍ୱ ରେ ୧୦ ବର୍ଷ ରେ ଦେଶ ତିବ୍ର ଗତିରେ ଆଗକୁ ବଢିଛି । ଆଗରୁ ବିକଶିତ ଦେଶ ଉପରେ ଆମେ ନିର୍ଭର କରୁଥିଲୁ କିନ୍ତୁ, ଏବେ ବିଦେଶକୁ ଟେକ୍ନୋଲୋଜି ପ୍ରଦାନ କରୁଛି । ସାରା ବିଶ୍ବ ରେ ଭାରତୀୟ ଲୋକେ ନିଜର କାର୍ଯ୍ୟକୁଶଳୀ ପ୍ରତିଭା କୁ ପ୍ରଦର୍ଶିତ କରୁଛନ୍ତି । ଜି୨୦ରେ ବିଶ୍ବକୁ ଭାରତର ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଐତିହ କୁ ଆଗକୁ ଅଣାଯାଇଥିଲା । ମୋଦୀ ଜୀ ଙ୍କ ନେତୃତ୍ୱ ରେ ଚାଲିଥିବା ବିଜେପି ସରକାର ପାଇଁ ଦେଶର ସୁରକ୍ଷା ସର୍ବ ପ୍ରଥମ ରହିଛି । ଶହ ଶହ ବର୍ଷ ଧରି ଦେଶ ମୋଗଲ ଓ ଇଂରେଜ ଶାସନ ଅଧୀନ ରେ ରହିଥିଲା । ଦେଶର ସମସ୍ତ କ୍ଷେତ୍ର ରେ ତାଙ୍କର ସଂସ୍କୃତି ର ପ୍ରଭାବ ବିସ୍ତାର ହୋଇଥିଲା । ହେଲେ ଆମେ ବିଦେଶୀ ସଂସ୍କୃତି କୁ ଦୁରକରି ରାମମନ୍ଦିର ନିର୍ମାଣ କରିଛୁ । ଆମ ସରକାର ରେ ସମ୍ବିଧାନ ଦିବସ ପାଲନ କରାଯାଉଛି, ସାଧାରଣ ଲୋକ ସମ୍ବିଧାନକୁ ଜାଣିବାକୁ ପାଇଛନ୍ତି । ଆଗରୁ ଖେଲଣା, ମୋବାଇଲ ବି ବିଦେଶରୁ ଆସୁଥିଲା, ଏବେ ଦେଶରେ ତିଆରି ହେଉଛି ଓ ବିଦେଶ କୁ ରପ୍ତାନି ହେଉଛି । ଓଡ଼ିଶା ରେ ରାଜ୍ୟ ସରକାର ଲୋକଙ୍କ ପାଇଁ କିଛି କରିନାହିଁ, ସେଥିପାଇଁ ଯୁବକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଳି ଜଣେ ଦକ୍ଷ ଓ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଆପଣ ସାଂସଦ ପ୍ରାର୍ଥୀ ଭାବେ ପାଇଛନ୍ତି । ଉଜ୍ବଲା ଯୋଜନା ଓ ନୂତନ ଶିକ୍ଷା ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପରିଯୋଜନା ର ଗୁରୁଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦୀ ଜୀ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି, ଯାହାକୁ କି ଧର୍ମେନ୍ଦ୍ର ପ୍ରଧାନ ନିଜର ପରିଶ୍ରମ, ଦୁରଦୃଷ୍ଟି, କାର୍ଯ୍ୟଦକ୍ଷତା ଓ ବୁଦ୍ଧିମାତ୍ତା ଯୋଗୁଁ ସଫଳ କରି ପାରିଛନ୍ତି । କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଜିଲ୍ଲାର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥି ଥିଲେ।

ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେବା ପୂର୍ବରୁ ଓମ ବିର୍ଲା ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ପରେ ଭଗବାନ ପର୍ଶୁରାମ ଓ ଆଗ୍ରସେନ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

By Nirvay

Leave a Reply

Your email address will not be published. Required fields are marked *