ରାଜନୈତିକ ହିଂସାର କରୁଣ ପରିଣିତି ଚାଲିଗଲା ଜଣଙ୍କ ଜୀବନ।ଖଲ୍ଲିକୋଟରେ ରାଜନୈତିକ ହିଂସାରେ ଗୁରୁତର ଆହତ ହୋଇଥିବା ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଶ୍ରୀକୃଷ୍ଣଶରଣପୁର ଗାଁରେ ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ହଣାହଣି ।ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଛନ୍ତି ।ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା । ତେବେ ସେ ନ ଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *