ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ବହୁମୂଲ୍ୟ ଜମିକୁ ନେଇ ଆସିଛି ଏକ ବଡ଼ ଐତିହାସିକ ରାୟ । ଜବରଦଖଲକାରୀଙ୍କ ନିକଟରୁ ପ୍ରାୟ ୧୧ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ପୁନର୍ବାର ସରକାରୀ ଖାତାକୁ ଫେରିଆସିଛି । କୋଣାର୍କ ହେଲିପ୍ୟାଡ୍ ନିକଟରୁ ୫ ଏକର ୩୦ ଡିସିମିଲି ଡିସିମିଲି ଏବଂ ଚନ୍ଦ୍ରଭାଗା ମାଘମେଳା ନିକଟରୁ ୫ ଏକର ୮୦ ଡିସିମିଲି ଡିସିମିଲି ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯାଇଛି । ଦୀର୍ଘ ଦିନରୁ ବେଆଇନ ଭାବେ କବ୍ଜା ହୋଇ ରହିଥିବା ଏହି ଜମିଗୁଡ଼ିକ ପୁନରୁଦ୍ଧାର ହୋଇଛି । ପ୍ରାୟ ୩୭ ବର୍ଷ ତଳର ସେଟେଲମେଣ୍ଟ କମିଶନରଙ୍କ ପୁରୁଣା ରାୟକୁ ଏହି ନୂତନ ଆଦେଶ ଜରିଆରେ ରଦ୍ଦ କରାଯାଇଛି । Post navigation Kotia Dispute: କୋଟିଆ ବିବାଦ: କାଲି ବସିବ ସର୍ବଦଳୀୟ ବୈଠକ