ଆଜି ପଶ୍ଚିମବଙ୍ଗ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏହାରି ମଧ୍ୟରେ ନିର୍ବାଚନରେ ପ୍ରବଳ ମାତ୍ରା ଟଙ୍କା କାରବାର ସାମ୍ନାକୁ ଆସିଛି । ଖାଲି ସେତିକି ମଦଠୁ ଆରମ୍ଭ କରି ମୂଲ୍ୟବାନ ଜିନିଷ ଦିଆନିଆ ହୋଇଛି । ନିର୍ବାଚନ ସମୟରେ ରାଜ୍ୟରୁ ୫୧୦ କୋଟି ଟଙ୍କା ଜବତ କରାଯାଇଛି ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ମାର୍ଚ୍ଚ ୧୫ ରେ ନିର୍ବାଚନ ଘୋଷଣା ହେବା ପରଠାରୁ, ଏପ୍ରିଲ ୨୩ ରେ ପଶ୍ଚିମବଙ୍ଗରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂ ସମେତ, ECI ଜବତ ସାମଗ୍ରୀରେ ୩୦ କୋଟି ଟଙ୍କା ନଗଦ, ୧୨୬.୮୫ କୋଟି ଟଙ୍କାର ମଦ, ୧୧୦.୧୨ କୋଟି ଟଙ୍କାର ଡ୍ରଗ୍ସ, ୫୮.୨୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବଂ ୧୫୪.୮୫ କୋଟି ଟଙ୍କାର ଅନ୍ୟାନ୍ୟ ମାଗଣା ସାମଗ୍ରୀ ଅନ୍ତର୍ଭୁକ୍ତ।

ନିର୍ବାଚନ ଆୟୋଗ କହିଛନ୍ତି , ବର୍ତ୍ତମାନ ଦେଶର ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ନିର୍ବାଚନ ଜାରି ରହିଛି । ହିଂସା ମୁକ୍ତ, ଭୟ ମୁକ୍ତ ଏବଂ ପ୍ରଲୋଭନ ମୁକ୍ତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏଥିପାଇଁ ୨, ୭୨୮ ଟି ପ୍ଲାଇଁ ସ୍କ୍ୱାଡ୍ ଟିମ୍ ଏବଂ ୩,୧୪୨ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ ମୁତୟନ କରାଯାଇଛି । ମଦ କାରଖାନା, ଗୋଦାମ ଏବଂ ବଣ୍ଟନ ଉପରେ ଚଢ଼ଉ କରାଯାଉଛି ।

Leave a Reply

Your email address will not be published. Required fields are marked *