ମଝି ସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ମାଲବାହୀ ଜାହାଜ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ କରାଯାଇ ଜାହାଜଟିକୁ ସଫଳତାର ସହ ଉଦ୍ଧାର କରାଯିବା ସହ ସମସ୍ତ ୨୭ ଜଣ ନାବିକଙ୍କୁ ସୁରକ୍ଷିତ ଭାବେ ବଞ୍ଚାଯାଇଛି।

ସୂଚନା ଅନୁଯାୟୀ; MV ବିଶ୍ୱ ଉଦୟ’ ନାମକ ଏହି ମାଲବାହୀ ଜାହାଜଟି ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ମୋଜାମ୍ବିକ୍ ଅଭିମୁଖେ ଯାତ୍ରା କରୁଥିଲା। ପାରାଦୀପଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ଜାହାଜଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଜାହାଜର ପ୍ରୋପେଲର୍ ଶାଫ୍ଟ ଅଚଳ ହୋଇଯିବାରୁ ଭିତରକୁ ସମୁଦ୍ର ଜଳ ପଶିବା ଆରମ୍ଭ କରିଥିଲା, ଫଳରେ ଜାହାଜଟି ବୁଡ଼ିଯିବା ସ୍ଥିତିକୁ ଆସିଥିଲା।

ବିପଦ ସଂକେତ ମିଳିବା ପରେ ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ଏବଂ କୋଷ୍ଟ ଗାର୍ଡ ମିଳିତ ଭାବେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଉଭୟ ସଂସ୍ଥାର ତ୍ୱରିତ ପଦକ୍ଷେପ ଯୋଗୁଁ ଜାହାଜଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି ଏବଂ ଜାହାଜରେ ଥିବା ସମସ୍ତ ୨୭ ଜଣ ନାବିକ ସୁରକ୍ଷିତ ଅଛନ୍ତି।

Leave a Reply

Your email address will not be published. Required fields are marked *