ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଦାବି । ସଂଘ କହିଛି ରାଜଧାନୀ ଓ ବିଏମସି ଭଳି ଅଫିସ ଭିତରେ ଆକ୍ରମଣ ଚିନ୍ତାଜନକ । ଦୂରଦୂରାନ୍ତର ଅଫିସ୍ରେ କର୍ମଚାରୀ କେତେ ସୁରକ୍ଷିତ । ତେଣୁ ଆକ୍ରମଣକାରୀଙ୍କ ବିରୋଧରେ BNSରେ ହତ୍ୟା ଉଦ୍ୟମ ଦଫା ଲାଗୁ ହେଉ । ଯେଉଁମାନଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଛି, ସେମାନଙ୍କୁ ଗିରଫ କରାଯାଉ । ଏହା ସହ ସରକାରୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ସୁରକ୍ଷା ଦିଆଯାଉ । ସୂଚନା ଯୋଗ୍ୟ; ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି ଯାଞ୍ଚ କରି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। Post navigation ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା; ତୀବ୍ର ନିନ୍ଦା କଲେ ନବୀନ ଓ କଂଗ୍ରେସ ରଥଯାତ୍ରା ସମୟରେ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ